ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା
ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ, ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ପ୍ରଭାସ ପ୍ରଧାନଙ୍କ ସ୍ତ୍ରୀ ରୀତା ପ୍ରଧାନ(୩୬) ଏବଂ ଭଉଣୀ ଜାହ୍ନବୀ ପ୍ରଧାନ(୪୨) । ସୋହେଲା ଥାନା ପୋଲିସ୍ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି । ଏ ନେଇ ସୋହେଲା ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ମୃତ ରୀତା ଏବଂ ଜାହ୍ନବୀ ଧାନ ଫସଲରେ ଲଟା ବାଛିବା ପାଇଁ କୁସୁର୍ଡା ଗ୍ରାମକୁ ଆସିଥିଲେ । ଜମିର ଧାନ ଫସଲରେ ସେମାନେ ଲଟା ବାଛୁଥିବା ସମୟରେ ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ବଜ୍ରପାତ ହୋଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସେଠାରୁ ଉଭୟଙ୍କୁ ସ୍ଥାନୀୟ ଓ ପରିବାର ଲୋକେ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।