ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

Aug 21, 2026 - 20:42
ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ ନ ଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଦୁଇ ଦିନ ଧରି କୁନି କୁନି ପିଲାମାନେ ଭୋକ ଉପବାସରେ ପାଠ ପଢି ଘରକୁ ଫେରୁଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗୁରୁବାର ଅଭିଭାବକ ଓ ଗ୍ରାମବାସୀ ପାତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଜଣାଇଛନ୍ତି। ବିଇଓ ପାତ୍ର ଏହାର ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।
ଖବରରୁ ପ୍ରକାଶ, ନୂଆଗଡ ସରକାରୀ ବିଦ୍ୟାଳୟରେ କିଛିଦିନ ହେବ ପିଲାମାନଙ୍କୁ ଠିକ ଭାବରେ ମଧ୍ୟାହ୍ନ ଭୋଜନ ମିଳୁନାହିଁ। ଗୁରୁବାର ୧୨ଟା ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଖାଦ୍ୟ ରନ୍ଧା ହୋଇ ନ ଥିଲା। ବିଦ୍ୟାଳୟରେ ପଢୁଥିବା ୧୦୨ ଜଣ କୁନିକୁନି ପିଲା ଭୋକରେ ରହିଥିଲେ। ଏହାକୁ ନେଇ ଅବିଭାବକମାନେ ବିଦ୍ୟାଳୟରେ ପହଞ୍ଚତ୍ ଖାଦ୍ୟ ରାନ୍ଧୁଥିବା ପାଚିକାଙ୍କୁ ପଚାରିଥିଲେ। ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି ଯେ, ଅନେକ ସମୟରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଛନ୍ତି। ବିଦ୍ୟାଳୟ ପିଣ୍ଡାରେ ଥିବା ପ୍ରଧାନଶିକ୍ଷକଙ୍କ ବାଇକ ତଲାସୀ ଅଭିଭାବକମାନେ ସେଥିରୁ ଦୁଇଟି ଦେଶୀ ମହୁଲି ମଦ ବୋତଲ ପାଇଥିଲେ। ଏହାର ଭିଡିଓ ଭାଇରଲ ହେବା ପରେ ଏହାର ତଦନ୍ତ କରାଯାଇ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏ ସମ୍ପର୍କରେ ପାତ୍ରପୁର ବିଇଓଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।