ନବରଙ୍ଗପୁରରେ ଚାଞ୍ଚଲ୍ୟ! ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ବଳାତ୍କାର…

Oct 23, 2026 - 11:15
ନବରଙ୍ଗପୁରରେ ଚାଞ୍ଚଲ୍ୟ! ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ବଳାତ୍କାର…

ନବରଙ୍ଗପୁର,୨୩।୧୦(ସଦାଶିବ ପ୍ରହରାଜ ) : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ମୃତଦେହ କ୍ଷତ ବିକ୍ଷତ ହେବା ସହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ମହିଳାଙ୍କ ଜୋତା ସହ କିଛି ପୋଷାକ ପଡ଼ିଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ ବଳତ୍କାର ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି ।

ଖବର ପାଇ ଘଟଣାସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ହତ୍ୟାକାଣ୍ଡ ନା ଅନ୍ୟ କୌଣସି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ନବରଙ୍ଗପୁରରୁ ସାଇନ୍ଟିଫିକ ଦଳ ଓ ସନ୍ଧନୀ କୁକୁର ଆସି ତଦନ୍ତ କରୁଛି । ଖବର ଲେଖାଯିବା ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳିନାହିଁ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।