ନାନା ପାଟେକରଙ୍କ ମୃତ୍ୟୁ ଅପ୍ରାକୃତିକ !

Oct 09, 2026 - 13:05
ନାନା ପାଟେକରଙ୍କ ମୃତ୍ୟୁ ଅପ୍ରାକୃତିକ  !

ନନ୍ଦିଘୋଷ ବ୍ୟୁରୋ: ନାନା ପାଟେକରଙ୍କ ମୃତ୍ୟୁରେ ନୂଆ ଟ୍ବିଷ୍ଟ୍ । ସ୍ବାଭାବିକ ନଥିଲା ନାନାଙ୍କ ମୃତ୍ୟୁ । ମାମଲା ରୁଜୁ କଲା ପୋଲିସ ।  ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ଗୋଆରେ ଦେହାନ୍ତ ହୋଇଛି । ଗୁରୁବାର ପୁଣେର ଡୋଞ୍ଜେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବେ ବେଳେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରାଯାଇପାରୁ ନାହିଁ । ଏନେଇ ଗୋଆର ପାଣାଜୀ ପୋଲିସ  ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୯୪ ଆଧାରରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି । ପୋଲିସର ରେକର୍ଡ ମୁତାବକ, ଅଭିନେତା ନାନା ପାଟେକରଙ୍କୁ ଡୋନା ପାଉଲାର ଓସନ ପାର୍କ ସ୍ଥିତ ତାଙ୍କ ଘରୁ ବାମ୍ବୋଲିମର ମଣିପାଲ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା । ତେଣୁ ସନ୍ଦେହ ଉପୁଜିବାରୁ ଏହାକୁ ନେଇ ମାମଲା ରୁଜୁ ହୋଇଥିଲା । ଯାହାପରେ ଏବେ ପିଏସଆଇ ନିତୀନ ନାୟକଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଛି । ପାଣାଜୀ ପୋଲିସ ଏହି ମାମଲାରେ ଅଧିକ ସତର୍କତାର ସହିତ କାର୍ଯ୍ୟ କରୁଛି । ପୋଲିସ ବର୍ତ୍ତମାନ ମୃତ୍ୟୁର ପରିସ୍ଥିତି ଏବଂ କାରଣ ଯାଞ୍ଚ କରୁଛି । ଯଦି ମୃତ୍ୟୁ ସ୍ବାଭାବିକ ବୋଲି ଜଣାପଡେ,ତେବେ ସେହି ଆଧାରରେ ମାମଲାକୁ ବନ୍ଦ କରାଯାଇପାରେ । କିନ୍ତୁ ଯଦି କୌଣସି ସନ୍ଦେହଜନକ ପରିସ୍ଥିତି ଦେଖାଦିଏ, ତାହାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଦେଖିବା ନାନା ପାଟେକରଙ୍କ ପ୍ରାରମ୍ଭିକ ଡାକ୍ତରୀ ରିପୋର୍ଟ ଏବଂ ପାଣାଜୀର ମଣିପାଲ ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, କାର୍ଡିଆକ୍ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏହାସତ୍ତ୍ବେ ବି ପୋଲିସ ଏକ ମାମଲା ରୁଜୁ କରିଛି । ଯାହାକୁ ଏକ ବାଧ୍ୟତାମୂଳକ ଆଇନଗତ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରାଯାଉଛି । ଏହା ଏଥିପାଇଁ କାରଣ ନାନା ପାଟେକରଙ୍କୁ ଯେତେବେଳେ ହସ୍ପିଟାଲ ଅଣାଯାଇଥିଲା, ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ନିୟମ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଏ, ସେତେବେଳେ ହସ୍ପିଟାଲ୍ ପ୍ରଶାସନକୁ ପୋଲସକୁ ଜଣାଇବାକୁ ପଡିଥାଏ ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ ମାମଲାକୁ ‘ମେଡିକୋ-ଲିଗାଲ କେସ୍’ ଏବଂ ଅପ୍ରାକୃତିକ ମୃତ୍ୟୁ ଭାବରେ ମାମଲା ରୁଜୁ କରାଯାଇ ପୋଷ୍ଟମର୍ଟମ କରାଯାଇଥାଏ । କହିରଖୁଛୁ ଯେ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୯୪ ଆଧାରରେ ମାମଲା ସେତେବେଳେ ରୁଜୁ ହୋଇଥାଏ, ଯେତେବେଳେ ଜଣେ ବ୍ୟକ୍ତି ହଠାତ୍ ମୃତ୍ୟୁବରଣ କରନ୍ତି ଏବଂ କୌଣସି ଦୀର୍ଘକାଳୀନ ରୋଗରେ ପିଡୀତ ନଥାନ୍ତି ଓ ହସ୍ପିଟାଲ ବାହାରେ ଥାଆନ୍ତି । ଏହି ଆଧରରେ ନାନାଙ୍କ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହୋଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।