ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

Sep 26, 2026 - 19:32
ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ ଭାଙ୍ଗି ବନ୍ୟା ଜଳ ପ୍ରବାହିତ ହେଉଛି ।

ଘାଇ ଯୋଗୁ ସ୍ଥାନୀୟ ଫଳପୁର, ହଲଦିଡିହ , ଚମ୍ପାପାଳ , ନାଉବାଙ୍କ ଗ୍ରାମ ସମେତ ଆଖପାଖ ୧୦ଟି ଗ୍ରାମର ଲୋକେ ପ୍ରଭାବିତ ହେବାସହ ଲୋକେ ଜଳବନ୍ଦୀ ହୋଇଛନ୍ତି। ପୂର୍ବରୁ ସମ୍ପୃକ୍ତସ୍ଥାନରେ ଘାଇହୋଇ ଲୋକେ ମାସେକାଳ ପାଣି ଘେରରେ ରହିଥିଲେ। ଅଞ୍ଚିଳରେ ସ୍ବାଭାବିକ ଅବସ୍ଥା ଫେରୁଥିବା ବେଳେ ପୁଣି ଘାଇ ସୃଷ୍ଟି ହେବା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଘାଇ ଯୋଗୁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଘାଇ ନିର୍ମାଣ ସ୍ଥାନ କମ୍‌ ଉଚ୍ଚତା କରାଯାଇଥିବାରୁ ପୁନର୍ବାର ଘାଇ ହେଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।