ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା
ନନ୍ଦିଘୋଷ ବ୍ୟୁରୋ : ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ଜମିଛି ପିଠା ପଣାର ଆସର । ବଡ଼ଙ୍କ ଆର୍ଶୀବାଦ ନେଇଛନ୍ତି ସାନ । ମାଟିର ସଂସ୍କୃତି, ପରମ୍ପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ । ବର୍ଷ ଯାକର ପରିଶ୍ରମର ଶସ୍ୟକୁ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିଥିଲା ଚାଷୀ । ପରେ ସମସ୍ତ ଘରେ ଏକାଠି ଖାଇଛନ୍ତି ନୂଆ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ପରେ ଭକ୍ତ ଦର୍ଶନ କରିଥିଲେ । ବିଧି ମୂତାବକ ଧାର୍ଯ୍ୟ ଲଗ୍ନରେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି । ବଲାଙ୍ଗୀରବାସୀ ମଧ୍ୟ ଗଣପର୍ବକୁ ପରମ୍ପରା ସହ ପାଳନ କରିଛନ୍ତି I ପ୍ରତିବର୍ଷ ଭଳି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ରାଜ ପରିବାର ପକ୍ଷରୁ ନୂଆଁଖାଇ ପାଳନ କରାଯାଇଛି I ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବୋହୁ ମେଘ୍ନା ରାଣା ଏକାଠି ନୂଆ ଖାଇ ପରସ୍ପରକୁ ଜୁହାର ଭେଟ ହୋଇଛନ୍ତି I
ରାଉରକେଲା ସହରରେ ମଧ୍ୟ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ସହରର ହନୁମାନ ବାଟିକା ପରିସରରେ ଥିବା ମାଆ ସମଲେଶ୍ଵରୀଙ୍କ ମନ୍ଦିରରେ ପୁଜାର୍ଚନା କରିବା ପାଇଁ ଭକ୍ତମାନଙ୍କ ଭିଡ ଲାଗି ରହିଛି । ପାରମ୍ପରିକ ରିତିନିତୀରେ ମାଆ ସମଲେଶ୍ଵରୀଙ୍କ ପୁଜାର୍ଚ୍ଚନା କରାଯାଉଛି ।….
ସନ୍ଧ୍ୟାରେ ପଞ୍ଚବାଦ୍ୟର ଢୋଲ, ନିଶାନ୍, ତାସା ଧ୍ୱନିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ସାଂସ୍କୃତିକ ଓ ଭେଟଘାଟ୍ କାର୍ଯ୍ୟକ୍ରମ I
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।