ନେତ୍ରା କୁମାନନ୍ଙ୍କୁ କାଂସ୍ୟ
ଆଇଚି: ଭାରତର ନେତ୍ରା କୁମାନନ୍ ଚଳିତ ଏସୀୟ କ୍ରୀଡ଼ାରେ ଶୁକ୍ରବାର ମହିଳା ପାଲଟଣା ନୌଚାଳନା ଡିନ୍ଘିରେ କାଂସ୍ୟ ପଦକ ଜିତିଛନ୍ତି। ଚତୁର୍ଥ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ନେତ୍ରା ପ୍ରଥମ ଥର ପୋଡ଼ିୟମ ଦଖଲ କରିଛନ୍ତି। ଚେନ୍ନଇର ୨୯ ବର୍ଷୀୟ ନେତ୍ରା ୭ ଫାଇନାଲରୁ ୭ ଓ ଯୋଗ୍ୟତା ରେସ୍ରୁ ୭ ପଏଣ୍ଟ ସହ ମୋଟ୍ ୧୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଥାଇଲାଣ୍ଡର ସୋଫିଆ ମୋଣ୍ଟଗୋମେରି ସ୍ବର୍ଣ୍ଣ ଓ ସିଙ୍ଗାପୁରର ଜାନିଆ ଆଙ୍ଗ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ଅଲିମ୍ପିଆନ ତଥା ଗତ ସଂସ୍କରଣର କାଂସ୍ୟ ପଦକ ବିଜେତା ବିଷ୍ଣୁ ସରବାନନ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଗୁରୁବାର ପାଲଟଣା ନୌଚାଳନାରେ ଭାରତକୁ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଥିଲା। ପୁରୁଷ ସ୍କିଫରେ ମନୁ ଫ୍ରାନ୍ସିସ ଓ ପ୍ରିନ୍ସ ନୋବେଲ ରୌପ୍ୟ, ମହିଳାରେ ହର୍ଷିତା ତୋମର, ଶୀତଲ ବର୍ମା କାଂସ୍ୟ ପଦକ ଜିତିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।