ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା, ଭାସିଗଲା ବହୁ ଘର ଓ ବ୍ରିଜ୍

Oct 11, 2026 - 13:24
ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା, ଭାସିଗଲା ବହୁ ଘର ଓ ବ୍ରିଜ୍

ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା, ଭାସିଗଲା ବହୁ ଘର ଓ ବ୍ରିଜ୍

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ପ୍ରକୃତିର ତାଣ୍ଡବ। ନେପାଳ ବୁଢୀ ଗଣ୍ତକୀ ନଦୀରେ ହଠାତ୍ ଦେଖାଦେଇଛି ବନ୍ୟା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । କେନ୍ଦ୍ରୀୟ ନେପାଳରେ ଭୂସ୍ଖଳନ ଘଟିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନଦୀରେ ବନ୍ୟା ଆସିବା ଯୋଗୁଁ ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

କାଠମାଣ୍ଡୁଠାରୁ ୧୦୦ କିଲୋମିଟର ପଶ୍ଚିମ ଭାଗରେ ଗୋର୍ଖା ଜିଲ୍ଲାର ଚୁମନୁବ୍ରି ଗ୍ରାମରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁଁ ବୁଢୀ ଗଣ୍ଡକୀ ନଦୀ ଅବରୋଧ ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବୁଢୀ ଗଣ୍ଡକୀ ନଦୀ ହେଉଛି ତ୍ରିଶୂଳୀ ନଦୀର ଏକ ଶାଖା ନଦୀ। କିଛି ଦିନ ତଳେ ତ୍ରିଶୂଳୀ ନଦୀରେ ବନ୍ୟା ଆସିବାରୁ ୧୪୬୭ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ସହସ୍ରାଧିକ ଲୋକ ନିଖୋଜ ଅଛନ୍ତି। ଜଳମଗ୍ନ ଆଶଙ୍କାରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଗୋର୍ଖା ଜିଲ୍ଲାର ବରିଷ୍ଠ ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ର। ବନ୍ୟା ଯୋଗୁଁ ୧୨ରୁ ଅଧିକ ଘର, ୨ଟି ସସପେନସନ୍ ବ୍ରିଜ ଭାସିଯାଇଛି। ଏକ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଆର୍ମି ପକ୍ଷରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ୧୮ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୋର୍ଖା, ତାନାହୁନ, ଚିତୱାନ, ପୂର୍ବ ନବଲପରାସି ଓ ପଶ୍ଚିମ ନବଲପରାଶି ଜିଲ୍ଲୀରେ ଆଲର୍ଟ ଜାରି କରାଯାଇଛଇ। ହେଲିକପ୍ଟର ଜରିଆରେ ସ୍ଥିତି ଉପରେ ନଜର ରଖାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ବିଭାଗ ‘ଏକ୍ସ’ ମାଧ୍ୟମରେ ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଛି। ବିଶେଷକରି, ତ୍ରିଶୂଳୀ ଦୋଭାନ ପର୍ଯ୍ୟନ୍ତ ନଦୀ କୂଳରୁ ଦୂରେଇ ରହିବା ସହ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।