ନ୍ୟାୟପାଳିକା ଉପରେ ବର୍ଷିଲେ CJP ନେତା ସୌରଭ ଦାସ, ହେଲେ କାହିଁକି? ଜାଣନ୍ତୁ ପ୍ରକୃତ କାରଣ କ’ଣ
ନୂଆଦିଲ୍ଲୀ,୩।୧୧: CJP ନେତା ସୌରଭ ଦାସ ଗତକାଲି ବିଳମ୍ବିତ ରାତିରେ ‘X’ (ଟୁଇଟର) ମାଧ୍ୟମରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକ ଉପରେ ପ୍ରଶ୍ନ ଉଠାଇବା ସହ, ସେମାନେ ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି। ‘X’ ରେ ନିଜ ପୋଷ୍ଟରେ ଦାସ ଲେଖିଛନ୍ତି, ‘ମନେରଖନ୍ତୁ, ଆମ ପାଖରେ ଏପରି ବିଚାରପତି ଅଛନ୍ତି ଯେଉଁମାନେ ଆଇନର ପରିସର ମଧ୍ୟରେ ରହି କାର୍ଯ୍ୟ କରିବା ଏବଂ ରାଷ୍ଟ୍ରର ମନମୁଖୀ, ଅତ୍ୟଧିକ ତଥା ଖାମଖିଆଲି କ୍ଷମତା ପ୍ରୟୋଗକୁ ରୋକିବା ପରିବର୍ତ୍ତେ, ନିଜର ବ୍ୟକ୍ତିଗତ ପକ୍ଷପାତ ଏବଂ କାଳ୍ପନିକ ଧାରଣା ଆଧାରରେ ଉପଦେଶ ଦେବାକୁ ଓ ରାୟ ଶୁଣାଇବାକୁ ପସନ୍ଦ କରନ୍ତି।’
ସୌରଭ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଆମ ଦେଶ ପାଇଁ ଏକ ବଡ଼ କଳଙ୍କ ଏବଂ ଯେଉଁମାନେ ସମ୍ବିଧାନ ପ୍ରତି ଅସମ୍ମାନ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟ ନିକଟରେ ଏକ ଜନସ୍ବାର୍ଥ ମାମଲା (PIL) ସମ୍ବନ୍ଧରେ କେନ୍ଦ୍ର ସରକାର, ‘X’ ଏବଂ ଇନଷ୍ଟାଗ୍ରାମ (Instagram) ଠାରୁ ଜବାବ ତଲବ କରିଛନ୍ତି। ଏହି ଆବେଦନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି ଯେ, CJP ମୁଖପାତ୍ର ସୌରଭ ଦାସ ଏବଂ ତାଙ୍କ ପରିବାର ବିଷୟରେ ଏକ ବିସ୍ତୃତ ପୃଷ୍ଠଭୂମି ତଦନ୍ତ (background investigation) କରାଯାଉ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।