ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି

Oct 24, 2026 - 21:43
ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପରୱିନ୍ଦର ଆୱାନା ବିସିସିଆଇ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପରୱିନ୍ଦର ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସହ ୬୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। କ୍ରିକେଟରୁ ଅବସର ପରେ ଦିଲ୍ଲୀ ୧୬, ୧୯ ଓ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ବିସିସିଆଇ ହାଇପର୍ଫମାନ୍ସ କେନ୍ଦ୍ରର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।