ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

Sep 09, 2026 - 18:38
ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଦୁଇ ଜଣ ମିସ୍ତ୍ରୀଙ୍କ ସହ ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି। ମୃତକମାନେ ପଦ୍ମପୁର ଥାନା କେନ୍ଦୁଗଡ଼ା ନିକଟ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବିର, ପ୍ରକାଶ ଲିମା ଓ ଆଲୋକ କରାଡ଼ ବୋଲି ଜଣାପଡ଼ିଛି l ଘରୋଇ ପାଇଖାନା ଟାଙ୍କି ଭିତର ସଫା କରିବା ପାଇଁ ଓହ୍ଲାଇ ଥିଲେ। ଖବର ପାଇ ପଦ୍ମପୁର ଦମକଳ ବାହିନୀ ପହଞ୍ଚି ତିନି ଜଣଙ୍କୁ ଟ୍ୟାଙ୍କ ଭିତରୁ ଉଦ୍ଧାର କରିଥିଲେ। ହେଲେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।