ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

Sep 16, 2026 - 14:49
ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ ତୈମୁର ଏବଂ ଜେହଙ୍କର ‘ସ୍କ୍ରିନ ଟାଇମ’ (ଫୋନ ବ୍ୟବହାର ସମୟ)କୁ ନେଇ ବହୁତ ସତର୍କ। ଫୋନ ଏବଂ ଅନ୍ୟାନ୍ୟ ଡିଜିଟାଲ ଉପକରଣର ବ୍ୟବହାରକୁ ନେଇ ସେ ପିଲାଙ୍କ ଉପରେ ରାଗିଯାଉଥିବା ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ବାମୀ ସୈଫ ଅଲି ଖାନ ଏହି ବିଷୟରେ ଅଧିକ ଶାନ୍ତ ମନୋଭାବ ପୋଷଣ କରିବାକୁ ପରାମର୍ଶ ଦିଅନ୍ତି।
ନିକଟରେ ଏକ ସାକ୍ଷାତକାରରେ କରୀନା ନିଜ ପୁଅମାନଙ୍କ ଲାଳନପାଳନ ଏବଂ ଆଜିର ଡିଜିଟାଲ ଯୁଗରେ ପିଲାମାନଙ୍କୁ ଫୋନ ଠାରୁ ଦୂରେଇ ରଖିବାର ଆହ୍ବାନ ବିଷୟରେ ଆଲୋଚନା କରିଥିଲେ। କରୀନା କହିଥିଲେ, ତୈମୁର ଏବଂ ଜେହଙ୍କ ପାଖରେ ଫୋନ ବ୍ୟବହାରର ସୁବିଧା ନାହିଁ। ତୈମୁରଙ୍କ ନାନିଙ୍କ ପାଖରେ ଏକ ଫୋନ ଅଛି, ଯାହାକୁ ସେ ନିଜର ବୋଲି ମନେ କରେ। ମୁଁ ତାକୁ କିନ୍ତୁ ବ୍ୟବହାର କରିବାକୁ ମନା କରେ। ଏପରିକି ମୁଁ ସେମାନଙ୍କଠାରୁ ଛଡ଼ାଇ ଆଣେ। ମୁଁ ମୋ ପିଲାଙ୍କର ସ୍କ୍ରିନ ଟାଇମ ଉପରେ କଡ଼ା ନଜର ରଖେ। ବିଶେଷକରି ଯେତେବେଳେ ସେମାନେ ଫୋନରେ ଗେମ ଖେଳୁଥାନ୍ତି।

କରୀନା ନିଜ ଆଗାମୀ ଚଳଚ୍ଚିତ୍ର ‘ଦାୟରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ସେପ୍ଟେମ୍ବର ୧୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।