ପୁଣି ଘୁଞ୍ଚିଲା ଦାରା ମୁକ୍ତି ଶୁଣାଣି
ଭୁବନେଶ୍ୱର : ଦାରା ସିଂ ମୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ସୁପ୍ରିମକୋର୍ଟ ରେ ୩ ସପ୍ତାହ ପାଇଁ ଘୁଞ୍ଚିଛି ମାମଲାର ଶୁଣାଣି । ସମୟ ମାଗିଛନ୍ତି ଦାରାଙ୍କ ଓକିଲ ଏ.ପି ସିଂହ । ଦାରା ଙ୍କ ଆବେଦନ ଖାରଜ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଓଡିଶା ସରକାର । ଏହା ପୂର୍ବରୁ ସେପ୍ଟେମ୍ବର ୮ରେ ଦାରା ସିଂଙ୍କ ମୁକ୍ତି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଦାରା ସିଂଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି ।
ସୂଚନାଯୋଗ୍ୟ , ୧୯୯୯ ମସିହାର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୋଡି ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦାରା ସିଂ । ପ୍ରଥମେ ତାଙ୍କୁ ଟ୍ରାଏଲ କୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ପରବର୍ତ୍ତି ସମୟରେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଦାରା ସିଂ ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି । ଏହା ପୂର୍ବରୁ ଦୁଇ ଦିନ ପୂର୍ବେ ଦାରାଙ୍କୁ ଜେଲରୁ ମୁକ୍ତ କରିବା ନେଇ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇ ନ ଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।