ପୁଣି ବଢ଼ିଲା ସୁନା ଦର !

Jun 13, 2026 - 05:48
ପୁଣି ବଢ଼ିଲା ସୁନା ଦର !

ଭୁବନେଶ୍ୱର : ଲଗାତାର ୨ ଦିନ ଧରି ସୁନା ଦର ହ୍ରାସ ପରେ ଆଜି ପୁଣି ବଢିଛି ସୁନା ଦର । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଏକା ଥରକେ ୨,୯୪୦ ଟଙ୍କା ବୃଦ୍ଧି ପାଇ ୧,୪୮,୫୮୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୭୦୦ ଟଙ୍କା ବୃଦ୍ଧି ପାଇ ୧,୩୬,୨୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରୂପା ଦର ବର୍ତ୍ତମାନ ସୁଦ୍ଧା ସ୍ଥିର ରହିଛି ।

ଗତକାଲି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୬୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୩,୫୦୦ ଟଙ୍କା ରହିଥିଲା  । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।