ପୁରୀ ଜିଲ୍ଲା ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମୁଦ୍ର
ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମୁଦ୍ର। ଉଚ୍ଚ ଜୁଆର କୂଳ ଲଙ୍ଘି ଗାଁ ମୁହାଁ ହେଉଛି। ଅସ୍ତରଙ୍ଗ ନିକଟ କେଳୁଣୀ ମୁହାଁଣ ନିକଟରେ ମୁହାଁଣ ବୁଲିଯିବା ପରେ ସମୁଦ୍ରର ଗତିପଥ ବଦଳି ଯାଇଛି। ଫଳରେ ସିଧା ଅସ୍ତରଙ୍ଗ ବ୍ଲକ ଡାଳୁଅକଣି ନିକଟରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ପ୍ରଚଣ୍ଡ ଜୁଆର ମାଡରେ କୂଳରେ ଥିବା ବିରାଟକାୟ ଝାଉଁ ଜଙ୍ଗଲ ଉପୁଡି ସମୁଦ୍ର ଗର୍ଭରେ ଲୀନ ହେଉଛି। ଶହ ଶହ ଝାଉଁ ଗଛ ସମୁଦ୍ର ପାଣିରେ ଭାସୁଛି। ଡାଳୁଅକଣି ଗାଁ ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ସମୁଦ୍ର। ସମୁଦ୍ର ଯେଉଁ ଭଳି କୂଳ ଖାଉଛି ଆଗାମୀ କିଛି ଦିନ ମଧ୍ୟରେ ଡାଳୁଅକଣି ସହ ଅସ୍ତରଙ୍ଗ ବ୍ଲକର ୫ଟି ଗାଁ ସାତଭାୟା ଭଳି ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏଣୁ ତୁରନ୍ତ ପଥର ବନ୍ଧ ନିର୍ମାଣ କରି ଗାଁ ଗୁଡିକୁ ସୁରକ୍ଷା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।