ପୁରୁଷୋତ୍ତମପୁରରେ ବାତ୍ୟାର ପ୍ରଭାବ: ଲଗାଣ ବର୍ଷା ସହ ପବନ, ଫସଲ ନଷ୍ଟ ଚିନ୍ତାରେ ଚାଷୀ

Oct 28, 2026 - 14:06
ପୁରୁଷୋତ୍ତମପୁରରେ ବାତ୍ୟାର ପ୍ରଭାବ: ଲଗାଣ ବର୍ଷା ସହ ପବନ, ଫସଲ ନଷ୍ଟ ଚିନ୍ତାରେ ଚାଷୀ

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଏଠାରେ ୮୮.୦ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ଘଣ୍ଟାପ୍ରତି ୨.୧୫୪ କିଲୋମିଟର ରହିଛି। କେଏନ୍‌ପୁର ପଞ୍ଚାୟତ ପକ୍ଷରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି ସେପରି ଅନ୍ୟ କିଛିସ୍ଥାନରେ ମଧ୍ୟ ଲୋକଙ୍କୁ ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖାଯାଇଛି। ଏଭଳି ପବନ, ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷାପବନକୁ ଖାତିରି ନ କରି ଚାଷୀ ଜମିକୁ ଯାଇ ଫସଲ ସୁରକ୍ଷାରେ ଲାଗିଥିବାର ଦେଖିବାକୁ ମିଲିଛି। ଗତ ମାସରେ ଅଞ୍ଚଳରେ ହୋଇଥିବା ବର୍ଷା ଯୋଗୁ କିଛିଦିନ ଧରି ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିଲା। ଚାଷୀ ଦୁଃଖେ କଷ୍ଟେ ଫସଲର ସୁରକ୍ଷା କରିଥିବାବେଳେ ବର୍ତ୍ତମାନ ବାତ୍ୟା ଅର୍ଣ୍ଣବ ଯୋଗୁ ଧାନଗଛଗୁଡ଼ିକ ତଳେ ପଡ଼ିଯାଇଛି। ଯାହାଦ୍ବାରା ଫସଲ ନଷ୍ଟ ହେବାରେ ଲାଗିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।