ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ

Aug 20, 2026 - 12:06
ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ

ନନ୍ଦିଘୋଷ ବ୍ୟୁରୋ; ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡ଼ପୁଅ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଆନନ୍ଦପୁର ପୌର ପରିଷଦ କଲ୍ୟାଣ ମଣ୍ଡପରେ ସଂଗ୍ରାମ ଜେନା ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ଜୟପୁର ବିଧାୟକ ତଥା ସ୍ମୃତି ସଂସଦର ସଭାପତି ତାରା ପ୍ରସାଦ ବାହିନୀପତି ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ରାଉତ, ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମେତ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଯୋଗଦେଇ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ସ୍ମୃତିଚାରଣ କରିଥିଲେ।

୨୦୨୧ ମସିହାରେ ପିପିଲି ଉପନିର୍ବାଚନ ସମୟରେ ଭୋଟ ପ୍ରଚାର ପାଇଁ ଯାଇଥିବା ବେଳେ ସଂଗ୍ରାମ କେଶରୀ ଜେନା କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ନେତା ଓ କର୍ମକର୍ତ୍ତାମାନେ ସଂଗ୍ରାମଙ୍କ ରାଜନୈତିକ ଜୀବନ, ସେବା ମନୋଭାବ ଓ ନେତୃତ୍ୱର ସ୍ମୃତିଚାରଣ କରି ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ତାଙ୍କର ଆଦର୍ଶ ଓ ସେବା ମନୋଭାବକୁ ସ୍ମରଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।