ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି

Sep 09, 2026 - 14:45
ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟା ମଙ୍ଗଳବାର ନୋଏଡାର ସେକ୍ଟର-୮୨ରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏହି ଅବସରପ୍ରାପ୍ତ ଆଇଏଏସ ଅଫିସର ଜଣକ ଆତ୍ମହତ୍ୟା କଲେ, ପୁଲିସ ତାହାର ତଦନ୍ତ ଆରମ୍ଭ କରୁଛି । ୧୯୮୧ ବ୍ୟାଚ୍‌ର ଆଇଏଏସ ଅଫିସର ସ୍ୱର୍ଗତ ମେହଟ୍ଟା ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟ ସଚିବ ଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଦିଲ୍ଲୀ ମହାନଗର ନିଗମ କମିଶନର ଥିବା ବେଳେ ସେ ବହୁ ଜନହିତକର ପଦକ୍ଷେପମାନ ନେଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।