ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

Aug 30, 2026 - 12:29
ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଦାବି କରାଯାଉଥିଲା ଯେ କିଛି ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପେନ୍ସନ ବନ୍ଦ ହୋଇପାରେ କିମ୍ୱା ୨୦୨୬ ପରେ ଅବସର ନେଉଥିବା ଲୋକଙ୍କୁ ହିଁ ପେନଶନ ସଂଶୋଧନ (Pension Revision) ର ଫାଇଦା ମିଳିବ। ଏବେ ଏହି ଦାବିକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।

NC-JCM ଷ୍ଟାଫ ସାଇଡ୍ର ଜେନେରାଲ ସେକ୍ରେଟାରୀ ଶିବ ଗୋପାଳ ମିଶ୍ର ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପେନ୍ସନ ବନ୍ଦ ହେବା କିମ୍ୱା କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ ସଂଶୋଧନରୁ ବାଦ ଦିଆଯିବା କଥା ସମ୍ପୂର୍ଣ୍ଣ ଆଧାରହୀନ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।