ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%
କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ମୋଟ୍ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି।
ସୂଚନା ଅନୁଯାୟୀ, ଏହି ପରୀକ୍ଷା ଦେବା ପାଇଁ ସାରା ରାଜ୍ୟରୁ ମୋଟ୍ ୯୭,୧୫୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩,୩୧୪ ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ bseodisha.ac.in କୁ ଯାଇ ନିଜର ରୋଲ୍ ନମ୍ବର ଦେଇ ସ୍କୋରକାର୍ଡ ଯାଞ୍ଚ କରିପାରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।