ପ୍ରଜ୍ଞାନ ଓଝାଙ୍କ ଦରମା ଜାଣିଲେ ଉଡିଯିବ ହୋଶ୍: ମାସକୁ ମିଳିବ…
ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ୍ରେ ଚୟନ କମିଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କୁ ବରିଷ୍ଠ ପୁରୁଷ ଚୟନ କମିଟିର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ଏହା ସହ ପୂର୍ବତନ ମହିଳା ଦଳର ମୁଖ୍ୟ କୋଚ ରମେଶ ପାୱାରଙ୍କୁ ମଧ୍ୟ ଚୟନ କମିଟିରେ ସାମିଲ କରାଯାଇଛି।
ପୂର୍ବତନ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦ ଛାଡ଼ିବା ପରେ ପ୍ରଜ୍ଞାନ ଓଝା ଅନ୍ତରୀଣ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଚୟନରେ ମଧ୍ୟ ତାଙ୍କ ଭୂମିକା ଥିବା କୁହାଯାଇଛି। ୪୦ ବର୍ଷୀୟ ଓଝା ୨୦୦୯ରୁ ୨୦୧୩ ମଧ୍ୟରେ ଭାରତ ପାଇଁ ୨୪ଟି ଟେଷ୍ଟ ମ୍ୟାଚ ଖେଳି ୧୧୩ଟି ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ୧୮ଟି ଦିନିକିଆ ଓ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିଲେ। ସେହିପରି ରମେଶ ପୱାର ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ଦାୟିତ୍ୱ ତୁଲାଇଛନ୍ତି।
ପ୍ରଜ୍ଞାନ ଓଝା ମୁଖ୍ୟ ଚୟନକର୍ତ୍ତା ହେଲେ ତାଙ୍କୁ ବାର୍ଷିକ ୩ କୋଟି ଟଙ୍କା ଦରମା ମିଳିବ। ଏହା ଅନୁସାରେ ତାଙ୍କର ମାସିକ ଦରମା ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଦରମା ମଧ୍ୟ ସମାନ ଥିଲା।
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଦୂରେଇବା ପରେ ଓଝା ଆଇପିଏଲ୍ରେ ମଧ୍ୟ ନିଜ ଦକ୍ଷତା ଦେଖାଇଥିଲେ। ସେ ପ୍ରଥମେ ଡେକାନ ଚାର୍ଜର୍ସ ପକ୍ଷରୁ ଖେଳିଥିଲେ। ପରେ ୨୦୧୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇ ୨୦୧୫ ପର୍ଯ୍ୟନ୍ତ ଏହି ଦଳର ସଦସ୍ୟ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।