18 SEPTEMBER 2026

Welcome!

Unlock your personalized experience.
Sign Up

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଧର୍ମଶାଳାବାସୀଙ୍କ ସର୍ବାଧିକ ରକ୍ତଦାନ: ୪,୩୦୦ ୟୁନିଟ୍ ରକ୍ତ ସଂଗ୍ରହ

Sep 18, 2026 - 05:27
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଧର୍ମଶାଳାବାସୀଙ୍କ ସର୍ବାଧିକ ରକ୍ତଦାନ: ୪,୩୦୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ଅବସରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ  ଧର୍ମଶାଳା ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟକ ଲୋକ ଯୋଗଦେଇ ରକ୍ତଦାନ କରିଛନ୍ତି। ଆୟୋଜକଙ୍କ ତଥ୍ୟ ଅନୁଯାୟୀ, ଶିବିରରୁ ମୋଟ ୮୮୧୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ସେଥିମଧ୍ୟରୁ ଧର୍ମଶାଳାବାସୀ ୪୩୦୦ ୟୁନିଟ୍‌ ରକ୍ତ ଦାନ କରିଛନ୍ତି। ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ଉପସ୍ଥିତ ରହି ନିଜେ ରକ୍ତଦାନ କରିଥିଲେ।

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

ନିଜେ ରକ୍ତଦାନ କଲେ ବିଧାୟକ ଲିକୁ ସାହୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜୀବନକୁ ଦେଶସେବା ଓ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ସମର୍ପଣ କରିଥିଲେ। ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ରକ୍ତଦାନ ଠାରୁ ମହତ କାର୍ଯ୍ୟ କିଛି ନାହିଁ। ଏହା ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାର ଏହି ମହତ୍‌ କାର୍ଯ୍ୟରେ ଯୁବବର୍ଗ ଓ ସାଧାରଣ ଲୋକ ଅଧିକ ସଂଖ୍ୟାରେ ସାମିଲ ହେବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ। ଶିବିରରେ ଧର୍ମଶାଳାର ବହୁ ସଂଗଠନ, ଯୁବକ ଓ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଦେଖିବାକୁ ମିଳିଥିଲା। ରକ୍ତଦାତାମାନେ ସ୍ୱେଚ୍ଛାରେ ରକ୍ତଦାନ କରି ମାନବସେବାର ବାର୍ତ୍ତା ଦେଇଥିଲେ। ସଂଗୃହୀତ ରକ୍ତକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତଭଣ୍ଡାରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଜରୁରି ସମୟରେ ରକ୍ତର ଆବଶ୍ୟକତା ପୂରଣରେ ଏହା ସହାୟକ ହୋଇପାରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।