ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!
ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶଙ୍ଖଣା ଗ୍ରାମର ବିମ୍ବାଧର ବେହେରାଙ୍କ ୨୪ ବର୍ଷୀୟ ପୁଅ କାହ୍ନା ଓରଫ କରୁଣା।
ମିଳିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ କରୁଣା ଉକ୍ତ ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖିବାରୁ ନାବାଳିକା ଜଣକ ଗର୍ଭବତୀ ହୋଇପଡ଼ିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ସୋସୋ ପୋଲିସ ଗତ ବୁଧବାର ଦିନ ମାମଲା ନଂ ୧୬୨/୨୦୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଗୁରୁବାର ଦିନ ପୋଲିସ ଅଭିଯୁକ୍ତ କାହ୍ନା ଓରଫ କରୁଣା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।