ଫିଫା ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଫୁଟବଲ: ଭାରତ-ପାନାମା ମ୍ୟାଚ୍ ଆଜି
ବେଙ୍ଗାଲୁରୁ: ଭାରତୀୟ ପୁରୁଷ ଫୁଟବଲ ଦଳ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ୩ଟି ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳିବାକୁ ଯାଉଛି। ଶୁକ୍ରବାର ଭାରତ ପ୍ରଥମ ମ୍ୟାଚ ପାନାମା ବିପକ୍ଷରେ ବେଙ୍ଗାଲୁରୁର ଶ୍ରୀ କାନ୍ତେରେଭା ଷ୍ଟାଡ଼ିୟମରେ ଖେଳିବ। ମ୍ୟାଚ ରାତି ୭ଟା୩୦ରୁ ଖେଳାଯିବ । ଦକ୍ଷିଣ ଆମେରୀକୀୟ ଦଳ ପାନାମା ବିପକ୍ଷରେ ଖେଳିବା ନେଇ ଖଲିଦ ଜମିଲଙ୍କ ପ୍ରଶିକ୍ଷଣପ୍ରାପ୍ତ ଭାରତ ପ୍ରସ୍ତୁତି ଶେଷ କରିଛି। ଭାରତ ଦ୍ବିତୀୟ କେନ୍ଦ୍ରୀୟ ଆମେରିକୀୟ ଦେଶ ଭାବେ ପାନାମା ସହ ଖେଳିବ। ପୂର୍ବରୁ ଭାରତ ୟୁନିଟ୍ କପରେ ଜାମାଇକା ସହ ମ୍ୟାଚ ଖେଳିଥିଲା।
ଫିଫା ମାନ୍ୟତାରେ ପାନାମା ୪୪ତମ ସ୍ଥାନରେ ରହିଛି। ଦଳ ଫିଫା ଫୁଟବଲ ବିଶ୍ବକପ-୨୦୨୬ରେ ଖେଳି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଶେଷ ଥର ପାଇଁ ଦଳ ଗତ ଜୁନ ୨୭ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିଲା। ସ୍ପେନର ପୂର୍ବତନ ଫରୱାର୍ଡ ଥୋମାସ ଖ୍ରିଷ୍ଟେନଷ୍ଟେନ ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ଦଳରେ ମିଡ୍ଫିଲଡର କାର୍ଲୋସ ହାର୍ବେ, ଖ୍ରୀଷ୍ଟିଆନ ମାର୍ଟିନେଜ, ଜୋସ ଲୁଇସ ରୋଡିଗ୍ବେଜ , ଫରୱାର୍ଡ ଜୋଶ ଫାଜାରଡୋ,ନିଜାହିର ଜେମିନେଜ ଓ ଥୋମାସ ରୋଡିଗ୍ବେଜଙ୍କ ଭଳି ତାରକା ରହିଛନ୍ତି। ଏହାଛଡ଼ା ଗୋଲରକ୍ଷକ ଭାବେ ଓର୍ଲାଣ୍ଡୋ ମସ୍କ୍ୟୁରା ରହିଛନ୍ତି। ଘରୋଇ ଭାରତକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ସେହିପରି ଖଲିଦ ଜମିଲଙ୍କ ପ୍ରଶିକ୍ଷଣପ୍ରାପ୍ତ ଭାରତ ଫିଫା ମାନ୍ୟତାର ୧୩୮ତମ ସ୍ଥାନରେ ରହିଛି। ଦଳରେ ଗୋଲରକ୍ଷକ ଗୁର୍ପ୍ରୀତସିଂହ ସାନ୍ଧୁ , ମିଡ୍ଫିଲଡର ଆକାଶ ମିଶ୍ରା, ଅନୱାର ଅଲ୍ଲୀ, ଅନିରୁଦ୍ଧ ଥାପ୍ପା,ଫାରୁକ ଚୌଧୁରୀ, ଲାଲିଙ୍ଗୱାଲା ରାଲେଟ, ସାହଲ ଅବଦୁଲ ସାମଦ, ଫରୱାର୍ଡରେ ମାନବୀର ସିଂହ, ରହିମ ଅଲ୍ଲୀ, ରିୟାନ ୱିଲିୟମ, ବିକ୍ରମ ପ୍ରତାପ ସିଂହ ପ୍ରମୁଖ ରହିଛନ୍ତି। ଘରୋଇ ପଡ଼ିଆରେ ଭାରତ ଭଲ ପ୍ରଦର୍ଶନ ନେଇ ଲକ୍ଷ୍ୟ ରଖିଛି। ଆଗକୁ ଅକ୍ଟୋବର ୩ରେ ବ୍ରାଜିଲ ଓ ୬ରେ ଉରୁଗୁଏ ବିପକ୍ଷରେ ଭାରତ ପରବର୍ତ୍ତୀ ଦୁଇ ମ୍ୟାଚ ଖେଳିବ। ଏହା ପୂର୍ବରୁ ପାନାମା ବିପକ୍ଷରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି। ଭାରତ ଓ ପାନାମା ମ୍ୟାଚ ପ୍ରଥମରୁ ସେପ୍ଟେମ୍ବର ୨୬ରେ ଖେଳାଯିବାର ଥିଲା। କିନ୍ତୁ ବେଙ୍ଗାଲୁରୁ ମାରାଥନ ଲାଗି ମ୍ୟାଚକୁ ଗୋଟିଏ ଦିନ ପୂର୍ବରୁ ୨୫କୁ ଘୁଞ୍ଚାଇ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।