ଫ୍ରାନ୍ସିସ ହାଲଜେନଙ୍କୁ 'ଫିଜିକ୍ସ' ରେ ନୋବେଲ

Oct 06, 2026 - 16:29
ଫ୍ରାନ୍ସିସ ହାଲଜେନଙ୍କୁ 'ଫିଜିକ୍ସ' ରେ ନୋବେଲ

ନୂଆଦିଲ୍ଲୀ : ବେଲଜିଆନ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ଫ୍ରାନ୍ସିସ ହାଲଜେନ ୨୦୨୬ବର୍ଷ ପାଇଁ ପାଇବେ ନୋବେଲ ପୁରସ୍କାର । ସେ ମହାକାଶରୁ ଆସୁଥିବା ଉଚ୍ଚ-ଶକ୍ତି ସମ୍ପନ୍ନ ଆଷ୍ଟ୍ରୋଫିଜିକାଲ ନ୍ୟୁଟ୍ରିନୋ ଆବିଷ୍କାର ପାଇଁ ନୋବେଲ ପାଇବାକୁ ଯାଉଛନ୍ତି । ୮୨ ବର୍ଷୀୟ ପ୍ରଫେସର ହାଲଜେନ ଆମେରିକାର ଉଇସକନସିନ୍-ମେଡିସନ୍ ବିଶ୍ୱବିଦ୍ୟାଳୟର ଆଇସକ୍ୟୁବ୍ ପ୍ରୋଜେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। 

ମହାକାଶରୁ ଆସୁଥିବା ଉଚ୍ଚ-ଶକ୍ତି ସମ୍ପନ୍ନ 'ଆଷ୍ଟ୍ରୋଫିଜିକାଲ ନ୍ୟୁଟ୍ରିନୋ'ର ଆବିଷ୍କାର ଏବଂ ଆଣ୍ଟାର୍କଟିକାରେ ଅବସ୍ଥିତ 'ଆଇସକ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟରୀ' ର ବିକାଶ କ୍ଷେତ୍ରରେ ତାଙ୍କର ନିର୍ଣ୍ଣାୟକ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି ।

ତାଙ୍କ ଆଵିସ୍କୃତ ଭୂତ କଣିକା ନ୍ୟୁଟ୍ରିନୋଗୁଡ଼ିକୁ ପ୍ରାୟତଃ 'ଭୂତ କଣିକା' ବୋଲି କୁହାଯାଏ, କାରଣ ଏଗୁଡ଼ିକୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର। ଫ୍ରାନ୍ସିସ ହାଲଜେନଙ୍କ ଦୂରଦୃଷ୍ଟି ଯୋଗୁଁ ଦକ୍ଷିଣ ମେରୁ (South Pole) ର ବରଫ ତଳେ ହଜାର ହଜାର ସେନ୍ସର ଲଗାଇ ଏକ ବିରାଟ ଡିଟେକ୍ଟର ତିଆରି କରାଯାଇଥିଲା, ଯାହା ଏହି ମହାଜାଗତିକ କଣିକାଗୁଡ଼ିକୁ ଧରିବାରେ ସଫଳ ହୋଇଛି । ପୁରସ୍କାର ସ୍ୱରୂପ ତାଙ୍କୁ ୧୨ ମିଲିୟନ ସ୍ୱିଡିଶ କ୍ରୋନର (ପ୍ରାୟ ୧.୨ ମିଲିୟନ ଆମେରିକୀୟ ଡଲାର) ର ନଗଦ ଅର୍ଥରାଶି ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।