ବଜ୍ରାଘାତ ଯୋଗୁଁ ବିଲରେ ଚାଲିଗଲା ଚାଷୀଙ୍କ ଜୀବନ 

Sep 08, 2026 - 13:39

ନୀଳଗିରି: ବରହମପୁର ଥାନା ଅଧୀନ ଡାଳିମପାଳ ଗାଁର ଚିତ୍ତରଞ୍ଜନ ମହାକୁଡ଼(୪୨) ନାମକ ଜଣେ ଚାଷୀ ବିଲ କାମ କରୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ବଜ୍ରାଘାତ ହେବାରୁ ସେ ବିଲରେ ହିଁ ଟଳି ପଡ଼ିଥିଲେ। ଅନ୍ୟ ଚାଷୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ବରହମପୁର ଓ ପରେ ନୀଳଗିରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି।। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆଜି ନୀଳଗିରି ଡାକ୍ତରଖାନାରେ ଚାଷୀଙ୍କ ମୃତଦେହ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି। ଚାଷୀଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ରଣକାଠ ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।