ବଢ଼ିଲା ଆଇନଜୀବୀଙ୍କ ମୃତ୍ୟୁକାଳୀନ ସହାୟାତା ରାଶି

Nov 03, 2026 - 19:38
ବଢ଼ିଲା ଆଇନଜୀବୀଙ୍କ ମୃତ୍ୟୁକାଳୀନ ସହାୟାତା ରାଶି

ବଢ଼ିଲା ଆଇନଜୀବୀଙ୍କ ମୃତ୍ୟୁକାଳୀନ ସହାୟାତା ରାଶି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ଆଇନ ପରିଷଦର ଦାବିକୁ ମୋହର ମାରିଲେ ସରକାର । ବଢ଼ିଲା ଆଇନଜୀବୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି । ସଂଶୋଧିତ ହେଲା ଆଇନଜୀବୀ କଲ୍ୟାଣ ପାଣ୍ଠି ଆଇନ।  ଓକିଲଙ୍କ ଦୀର୍ଘ ବର୍ଷର ସେବାକୁ ମିଳିବ ଆର୍ଥିକ ସୁରକ୍ଷା । ଓଡ଼ିଶା ଆଡଭୋକେଟସ ୱେଲଫେୟାର ଫଣ୍ଡ ଆଇନରେ ହୋଇଛି ସଂଶୋଧନ । ପାଣ୍ଠି ସଂଶୋଧନ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବଜ୍ଞପ୍ତି ।

୩୦ ବର୍ଷ ଓକିଲାତି କରିଥିବା ଆଇନଜୀବୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ମିଳିବ ୯ ଲକ୍ଷ ଟଙ୍କା । ୨୯ ବର୍ଷର ଅଭିଜ୍ଞତା ଥିବା ଓକିଲଙ୍କ ପାଇଁ ୮ ଲକ୍ଷ ୭୦ହଜାର ଟଙ୍କା । ୨୮ବର୍ଷର ଅଭିଜ୍ଞତା ଥିବା ଓକିଲଙ୍କ ପାଇଁ ୮ ଲକ୍ଷ ୪୦ହଜାର । ୨୭ ବର୍ଷର ଅଭିଜ୍ଞତା ଥିବା ଓକିଲଙ୍କ ପାଇଁ ୮ ଲକ୍ଷ ୧୦ ହଜାର । ୨୫ ବର୍ଷର ଅଭିଜ୍ଞତା ଥିବା ଓକିଲଙ୍କ ପାଇଁ ୭ ଲକ୍ଷ ୫୦ ହଜାର । ୨୪ ବର୍ଷ ଓକିଲାତି ଅଭିଜ୍ଞତା ପାଇଁ ୭ ଲକ୍ଷ ୨୦ ହଜାର ମିଳିବ ।

ସେହିପରି ୨୩ ବର୍ଷ ଓକିଲାତି କରିଥିଲେ ମିଳିବ ୬ ଲକ୍ଷ ୯୦ ହଜାର, ୨୨ ବର୍ଷ ଅଭିଜ୍ଞତା ଥିଲେ ୬ ଲକ୍ଷ ୬୦ ହଜାର ମିଳିବ । ୨୧ ବର୍ଷ ଓକିଲାତି କରିଥିଲେ ପାଇବେ ୬ ଲକ୍ଷ ୩୦ ହଜାର । ୨୦ ବର୍ଷ ଓକିଲାତିରେ ମିଳିବ ୬ ଲକ୍ଷ ଟଙ୍କା । ୧୯ ବର୍ଷ ଓକିଲାତି କରିଥିଲେ ମିଳିବ ୫ ଲକ୍ଷ ୭୦ ହାଜର ଟଙ୍କା । ୧୮ ବର୍ଷ କ୍ଷେତ୍ରରେ ୫ ଲକ୍ଷ ୪୦ ହଜାର, ୧୭ ବର୍ଷ କ୍ଷେତ୍ରରେ ୫ ଲକ୍ଷ ୧୦ହଜାର ଟଙ୍କା, ୧୬ ବର୍ଷର ଅଭିଜ୍ଞତାଙ୍କୁ ମିଳିବ ୪ ଲକ୍ଷ ୮୦ ହଜାର । ସେହିପରି ୧୫ ବର୍ଷ ଓକିଲାତିରେ ଅଭିଜ୍ଞତା ଥିଲେ ୪ ଲକ୍ଷ ୫୦ହଜାର ମିଳିବ । ୧୪ ବର୍ଷ ଓକିଲାତି କରିଥିଲେ ପାଇବେ ୪ ଲକ୍ଷ ୨୦ହଜାର ଟଙ୍କା । ୧୩ ବର୍ଷ ଓକିଲାତି କରିଥିଲେ ମିଳିବ ୩ ଲକ୍ଷ ୯୦ ହଜାର । ୧୨ ବର୍ଷ ଓକିଲାତି କରିଥିଲେ ପାଇବେ ୩ ଲକ୍ଷ ୬୦ ହଜାର । ୧୧ବର୍ଷ ଅଭିଜ୍ଞତା ଥିଲେ ମିଳିବ ୩ ଲକ୍ଷ ୩୦ ହଜାର ।

୧୦ ବର୍ଷ ଅଭିଜ୍ଞତାକୁ ମିଳିବ ୩ ଲକ୍ଷ । ୯ ବର୍ଷ ଓକିଲାତି କରିଥିଲେ ୨ ଲକ୍ଷ ୭୦ ହଜାର ।  ୮ ବର୍ଷ ଅଭିଜ୍ଞତାଙ୍କୁ ମିଳିବ ୨ ଲକ୍ଷ ୪୦ ହଜାର । ୭ ବର୍ଷ ଓକିଲାତି କରିଥିଲେ ସମ୍ପୃକ୍ତ ଆଇନଜୀବୀଙ୍କ ପରିବାର ପାଇବେ ୨ ଲକ୍ଷ ୧୦ ହଜାର ଟଙ୍କା । ୬ ବର୍ଷ ଓକିଲାତି କରିଥିଲେ ମିଳିବ ୧ ଲକ୍ଷ ୮୦ ହଜାର । ୫ ବର୍ଷ ଓକିଲାତି କରିଥିଲେ ମିଳିବ ୧ ଲକ୍ଷ ୫୦ ହଜାର ।  ଓକିଲାତିରେ ୫ ବର୍ଷରୁ କମ ଅଭିଜ୍ଞତା ଥିଲେ ମିଳିବ ଦେଢ଼ ଲକ୍ଷ ଟଙ୍କା । ଏହି ଦାବି ସହ ଏହାକୁ ସଂଶୋଧନ କରିବାକୁ ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲା ବାର କାଉନସିଲ । ଆଲୋଚନା ବେଳେ ୫ଟି ଦାବି ଉପସ୍ଥାପନ କରିଥିଲା ପରିଷଦ । ଅବଶିଷ୍ଟ ୪ଟି ଦାବି ପୂରଣ କରିନାହାନ୍ତି ସରକାର । ବାର୍ଷିକ ଅନୁଦାନ ରାଶିକୁ ୧୦ କୋଟିରୁ ୫୦ କୋଟିକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଆଇନଜୀବୀ ଉପକୃତ ହେବେ । ଏଥିସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଦେଉଥିବା ପ୍ରତିଶୃତି ଅନୁଯାୟୀ ଆଡୋକେଟ୍ ଏକାଡେମୀ ପ୍ରତିଷ୍ଠା ଓ ବିଶେଷ ଭାବରେ ଆଇନଜୀବିଙ୍କ ସ୍ବାସ୍ଥ୍ୟ ବୀମା ଖୁବ୍ ଶୀଘ୍ର ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି । ସହାୟତା ରାଶିକୁ ରାଜ୍ୟ ସରକାର ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ଆଇନଜୀବି ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ଦାବିଗୁଡିକୁ ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରି ତ୍ବରିତ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ଆଇନଜୀବି ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଦୃଢ଼ ଆଶା ପୋଷଣ କରିବା ସହିତ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।