ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

Sep 14, 2026 - 20:50
ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ଘଟିଥଲା l ମୃତକ ହେଲେ ଜିତେନ୍ଦ୍ର ସାହା (୫୮)l ପାଖ ଘରେ ଶୋଇଥିବା ପୁଅ ରୋହିତ ସାହା ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ପ୍ଲାଣ୍ଟସାଇଟ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି l ଘରେ କେମିତି ନିଆଁ ଲାଗିଲା ଜଣାପଡିନିl ପୁଲିସ ଅପମୃତ୍ୟ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି l

ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ
ମଧୁସୂଦନପାଲିରେ ଜିତେନ୍ଦ୍ର, ପତ୍ନୀ ଓ ତାଙ୍କ ପୁଅ ରୋହିତ ରହନ୍ତି l ପତ୍ନୀ ଦେହ ଭଲ ନ ଥିବାରୁ ସେ କିଛି ଦିନ ପୂର୍ବରୁ ଝିଅ ଘରକୁ ଚାଲିଯାଇଥିଲେ l ଜିତେନ୍ଦ୍ର ଓ ତାଙ୍କ ପୁଅ ରୋହିତ ଘରେ ରହୁଥିଲେ l ଗତକାଲି ରାତିରେ ଖାଇ ସାରିବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଓ ରୋହିତ ଅନ୍ୟ ଘରେ ଶୋଇବାକୁ ଯାଇଥିଲେ l ରାତି ପ୍ରାୟ ଦେଢଟା ପରେ ଜିତେନ୍ଦ୍ର ଶୋଇଥିବା ଘର ଜଳୁଥିବା ଦେଖି ପଡୋଶୀମାନେ ପାଟି କରିଥିଲେ l ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେବା ସହ ନିଆଁକୁ ଆୟତ୍ତ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ l ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ l ଅଗ୍ନିଶମ ଗାଡି ପହଂଚିବା ପୂର୍ବରୁ ଜିତେନ୍ଦ୍ର ଘର ଭିତରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।