ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

Oct 13, 2026 - 14:58
ବନ୍ଧୁକ ଦେଖାଇ  ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ  ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ ପଶି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସୁନା ଗହଣା ଦେବାକୁ ଧମକ ଦେଇଥିଲେ। ତେବେ ପରିବାର ସଦସ୍ୟଙ୍କ ପ୍ରତିବାଦ ଯୋଗୁଁ ସେମାନେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ମୁରୁସୁଆଁ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘରର ବାଡ଼ି ପାଚେରି ଡେଇଁ ଦୁର୍ବୃତ୍ତମାନେ ଭିତରକୁ ପ୍ରବେଶ କରିଥିଲେ। ପରେ ବନ୍ଧୁକ ଦେଖାଇ ସୁନା ଗହଣା ଦେବାକୁ ଧମକ ଦେଇଥିଲେ। ଏହି ସମୟରେ ପ୍ରଶାନ୍ତଙ୍କ ସ୍ତ୍ରୀ ସାହସର ସହ ପ୍ରତିବାଦ କରିବା ସହ ଦୁର୍ବୃତ୍ତଙ୍କ ଉପରକୁ ପନିକି ଫିଙ୍ଗିଥିଲେ। ଏଥିରେ ଭୟଭୀତ ହୋଇ ୩ ଜଣ ଦୁର୍ବୃତ୍ତ ପାଚେରି ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।