ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ
ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ ପାଟଳୀପୁରା ପଞ୍ଚାୟତ ଅଞ୍ଚଳରେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ, ଓଡ୍ରାଫ ଟିମ୍ର ଯବାନମାନେ ବୋଟ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରୁଥିଲେ। ଏହି ସମୟରେ ବୋଟରେ ଥିବା ଜଣେ ଯବାନଙ୍କୁ ସାପ କାମୁଡ଼ିଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ବର୍ତ୍ତମାନ ଯବାନଜଣକ ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବନ୍ୟାଜଳରେ ଉଦ୍ଧାର କାର୍ଯ୍ୟ ସମୟରେ ଏଭଳି ଅଘଟଣ ଘଟିବା ପରେ ଉଦ୍ଧାରକାରୀ ଦଳଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।