ବନ୍ୟାପାଣିରେ ଫସିଲେ ହାତୀପଲ
ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର ଖୋଲରେ ଅଟକି ରହିଛନ୍ତି ୯ ଟିକିଆ ହାତୀପଲ। ବୈତରଣୀ ନଦୀରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଅଟକି ରହିଛନ୍ତି ହାତୀପଲ। ହାତୀପଲଙ୍କ ଉପରେ ବନ ବିଭାଗର ନଜର ରହିଛି। ହାତୀପଲରେ ଗୋଟିଏ ଦନ୍ତା, ୫ ଛୁଆ ଓ ୩ ମାଈହାତୀ ଅଛନ୍ତି। ଛୋଟ ଛୁଆ ଥିବାରୁ ହାତୀପଲ ନଦୀ ପାର ହେବାକୁ ସାହସ ଜୁଟାଇ ପାରୁନାହାନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।