ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

Aug 28, 2026 - 22:46
ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର ଏକ ପ୍ରତିନିଧି ଦଳ ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ । ଟ୍ରାଫିକ ସମସ୍ୟାର ସମାଧାନ ନେଇ ଏସପିଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଏସପିଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବରଗଡ ଘରୋଇ ବସଷ୍ଟାଣ୍ଡକୁ ସହରର ଜନଗହଳିଠାରୁ ଦୂରକୁ ସ୍ଥାନସ୍ତରିତ କରିବା, ବରଗଡ ସହରର ପ୍ରମୁଖ ରାସ୍ତା ଗୁଡ଼ିକରୁ ବେଆଇନ ପାର୍କିଂ ହଟାଇବା, ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଛାତ୍ରୀଛାତ୍ର ସ୍କୁଲ ଯିବା, ଆସିବା ସମୟରେ ସହର କୁ ଭାରୀଯାନ ପ୍ରବେଶ ନିଷେଧ, ବସଷ୍ଟାଣ୍ଡ ଛାଡ଼ିବା ପରେ ସହର ରାସ୍ତା ଉପରେ ବସ ରହଣୀକୁ ସମ୍ପୂର୍ଣ୍ଣ ନିଷେଧ, ଦ୍ରୁତବେଗ ଓ ବେପରୁଆ ଗାଡି ଚାଳନା କରୁଥିବା ଗାଡ଼ି ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ସଭାପତି ବିମଳ କୁମାର ଦାଶଙ୍କ ସମେତ ସଦାନନ୍ଦ, ମହାପାତ୍ର, ସୁରେଶ ମହାପାତ୍ର, ବାସୁଦେବ ଦାଶ, ପିନ୍ଟୁ ଶତପଥୀ, ନରେନ୍ଦ୍ର ନାୟକ, ମାମରଜ୍ ସ୍ୱାଇଁ, କାଳୀଚରଣ ବୋଷ, ଆୟୁଷ ଯାଦବ, ସର୍ବେଶ୍ଵର ମହାପାତ୍ର, ବିଘ୍ନେଶ୍ୱର ମିଶ୍ର, ଜିତେନ୍ଦ୍ର ରାଏ, କ୍ଷୀରୋଦ୍ର ପ୍ରଧାନ, ଗୌରାଙ୍ଗ ଦୀପ, ମିନତି ଦାସ,ଖିତେଶ୍ୱର୍ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।