ବରଫରେ ଗଜାନନଙ୍କ ମୂର୍ତ୍ତି

Sep 27, 2026 - 14:45
ବରଫରେ ଗଜାନନଙ୍କ ମୂର୍ତ୍ତି

 

ଭାରତଠାରୁ ପ୍ରାୟ ୧୫,୦୦୦ କିଲୋମିଟର ଦୂର ଆଣ୍ଟାର୍କଟିକାରେ ଅବସ୍ଥିତ 'ମୈତ୍ରୀ' ଗବେଷଣା କେନ୍ଦ୍ରରେ 'ନ୍ୟାସନାଲ୍ ସେଣ୍ଟର୍ ଫର୍ ପୋଲାର୍ ଆଣ୍ଡ୍ ଓସନ୍ ରିସର୍ଚ୍ଚ'ର  ଭାରତୀୟ ବିଜ୍ଞାନୀମାନେ ଅତ୍ୟନ୍ତ ନିଆରା ଓ ପରିବେଶ-ଅନୁକୂଳ ଢଙ୍ଗରେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି । ସେଠାରେ ନିୟୋଜିତ ଡାକ୍ତର ଅନିରୁଦ୍ଧ ଧର ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଗବେଷକ ଦଳ ସମ୍ପୂର୍ଣ୍ଣ ବରଫରେ ଭଗବାନ ଗଣେଶଙ୍କର ଏକ ସୁନ୍ଦର ମୂର୍ତ୍ତି ନିଜ ହାତରେ ତିଆରି କରିବା ସହ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଏହି ଉତ୍ସବର ସବୁଠାରୁ ଆକର୍ଷଣୀୟ ଦିଗ ଥିଲା ଏହାର ବିସର୍ଜନ, ଯେଉଁଥିରେ ସେମାନେ ବରଫ ମୂର୍ତ୍ତିଟିକୁ ବାହାରକୁ ନନେଇ କୋଠରୀ ଭିତରେ ଏକ ବାଲ୍ଟି ପାଣିରେ ବୁଡ଼ାଇ ଦେଇଥିଲେ । ଯାହା ଦ୍ୱାରା ବରଫଟି ତୁରନ୍ତ ପାଣିରେ ପରିଣତ ହୋଇ ଯାଇଥିଲା । ଏହା "ଘରଠାରୁ ୧୫,୦୦୦ କିଲୋମିଟର ଦୂରରେ ଇକୋ-ଫ୍ରେଣ୍ଡଲି ବିସର୍ଜନର ଶ୍ରେଷ୍ଠ ଉଦାହରଣ" ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।