ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ପରଲୋକ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୭ ବର୍ଷ ବୟସରେ ପରଲୋକ ଘଟିଛି। ‘କାଣ୍ଟେ’, ‘ସୁଟ୍ଆଉଟ୍ ଆଟ୍ ୱାଡାଲା,’ ‘କାବିଲ୍’, ‘ଜଜ୍ବା’ ‘ମୁସାଫର୍’ ପରି ଚଳଚ୍ଚିତ୍ର ନିର୍ମାଣ କରିଥିବା ସଞ୍ଜୟ ଗୁପ୍ତା ଗତକାଲି (ଶୁକ୍ରବାର -ଶନିବାର) ରାତିରେ ରୋଷେଇ ଘରେ ହଠାତ୍ ପଡ଼ି ଯାଇଥିଲେ, ମୁଣ୍ଡରେ ଆଘାତ ଲାଗିବା ଯୋଗୁ ତାଙ୍କର ପରଲୋକ ଘଟିଥିବା କୁହାଯାଇଛି। ପ୍ରଶଂସକ ଓ ଫିଲ୍ମ ଶିଳ୍ପ ସହିତ ଜଡିତ ଲୋକମାନେ ଏହି ଖବରରେ ଗଭୀର ମର୍ମାହତ। ଗୁପ୍ତାଙ୍କ ପତ୍ନୀ ଅନୁରାଧା ଲେଖୀ ଓ ସେମାନଙ୍କର ସନ୍ତାନ ଶିବନ ଓ ଦଲାଇ ଅଛନ୍ତି।
ଗୁପ୍ତା ମୁମ୍ବାଇର ରାମନଗର ଅଞ୍ଚଳରେ ଏକ ବଙ୍ଗଳାରେ ରହୁଥିଲେ। ଯଦିଓ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ, ଗତକାଲି ରାତିରେ ଗୁପ୍ତା ତାଙ୍କ ରୋଷେଇ ଘରେ ପଡ଼ି ଯାଇଥିବା ଜଣାପଡ଼ିଛି। ଆଜି ସକାଳ ପର୍ଯ୍ୟନ୍ତ କେହି ଏହା ଜାଣିପାରି ନଥିଲେ, ଏବଂ ପରେ ଜଣାପଡିଲା ଯେ ତାଙ୍କର ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଭର୍ସୋଭା ପୁଲିସ ଏକ ଏଡିଆର୍ (ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ) ରୁଜୁ କରିଛି ଓ ମାମଲା ତଦନ୍ତାଧୀନ ଅଛି।
ଶବ ବ୍ୟବଚ୍ଛେଦ ପାଇଁ ଚାଲିଛି ପରୀକ୍ଷା
ପୁଲିସ କହିଛି ଯେ,ଏପର୍ଯ୍ୟନ୍ତ କୌଣସି ଷଡ଼ଯନ୍ତ୍ରର ସଙ୍କେତ ମିଳିନାହିଁ। ପରିବାର ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ସନ୍ଦେହ ପ୍ରକାଶ କରାଯାଇ ନାହିଁ କିମ୍ବା କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପରୀକ୍ଷା ଚାଲିଛି। ସଞ୍ଜୟ ଗୁପ୍ତା ୧୯୯୪ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଆତିଶ: ଫିଲ୍ ଦି ଫାୟାର’ ମାଧ୍ୟମରେ ନିର୍ଦ୍ଦେଶନାରେ ପଦାର୍ପଣ କରିଥିଲେ। ସଞ୍ଜୟ ଦତ୍ତ ଓ ଆଦିତ୍ୟ ପାଞ୍ଚୋଲି ଅଭିନୀତ ଏହି ଆକ୍ସନ୍-ଡ୍ରାମା ଦର୍ଶକଙ୍କୁ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟଶୈଳୀ ସହିତ ପରିଚିତ କରାଇଥିଲା। ତାଙ୍କ ଚଳଚ୍ଚିତ୍ରରେ ଭରପୂର ଆକ୍ସନ ଦୃଶ୍ୟ, ତୀକ୍ଷ୍ଣ ସଂଳାପ ଓ ଅନନ୍ୟ କାହାଣୀ କହିବାର ଦକ୍ଷତା ସ୍ପଷ୍ଟ ଭାବରେ ଦେଖାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।