ବସ୍ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ
ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି ଗ୍ରାମର କୃଷ୍ଣ ନାୟକଙ୍କ ୬ ବର୍ଷର ଝିଅ କଳ୍ପନା। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ଗ୍ରାମବାସୀ ରାସ୍ତାରୋକୋ କରିଛନ୍ତି। ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ପହଞ୍ଚି ଲୋକଙ୍କୁ ବୁଝଶୁଝା କରୁଛନ୍ତି।
ସୂଚନାନୁଯାୟୀ, ଘରୋଇ ବସ୍ଟି ବ୍ରହ୍ମପୁରରୁ ସୋରଡ଼ା ଆସୁଥିବାବେଳେ ଢଉପଦା ନିକଟରେ ଝିଅଟିକୁ ଧକ୍କା ଦେଇଥିଲା। ଫଳରେ ସେ ଚକାତଳେ ଚାପି ହୋଇଯାଇଥିଲା। ଦୁର୍ଘଟଣା ଘଟିବା ପରେ ବସ୍ଟି ଦ୍ରୁତଗତିରେ ସେଠାରୁ ପଳାଇ ଆସି ବଡ଼ଗଡ଼ ଥାନା ନିକଟରେ ଅଟକିଥିଲା। ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ସୌରବ ପ୍ରଧାନ ପହଞ୍ଚି ତଦନ୍ତ କରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।