ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା: ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଲେ ସିପି-ଡିସିପି

Oct 14, 2026 - 13:16
ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା: ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଲେ ସିପି-ଡିସିପି

ଭୁବନେଶ୍ୱର,୧୪ା୧୦: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ।

କ୍ୟାମ୍ପସ ଅଡିଟୋରିୟମ ଭିତରେ ଚେୟାର ଫିଙ୍ଗାଫୋପଡ଼ାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ସହ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ନାରାବାଜି ଓ ଛକାପଞ୍ଝା ଦେଖିବାକୁ ମିଳିଛି। ଅଣଛାତ୍ରମାନଙ୍କୁ କ୍ୟାମ୍ପସରୁ ବାହାର କରିବା ପାଇଁ ପୋଲିସକୁ ବେଶ୍ ନାକେଦମ ହେବାକୁ ପଡ଼ିଛି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କମିଶନର୍ ଅଫ୍ ପୋଲିସ୍ (ସିପି) ଏବଂ ଡିସିପି ସ୍ଥାନରେ ପହଞ୍ଚି ଅଣଛାତ୍ରମାନଙ୍କୁ ତୁରନ୍ତ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କଡ଼ା ଅପିଲ୍ କରିଛନ୍ତି। ଏଥିସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡ଼ିଛନ୍ତି। ଅଣଛାତ୍ରମାନେ କ୍ୟାମ୍ପସରୁ ବାହାରିବା ମାତ୍ରେ ହିଁ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।