ବାଣୀବିହାରରେ ଝାଡ଼ାବାନ୍ତି ଆତଙ୍କ

Nov 02, 2026 - 15:28
ବାଣୀବିହାରରେ ଝାଡ଼ାବାନ୍ତି ଆତଙ୍କ

ଭୁବନେଶ୍ବର,୨।୧୧: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସୋମବାର ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ବିଶ୍ବବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସର ୧୦ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏପରିକି ଅନ୍ୟ ଆକ୍ରାନ୍ତଙ୍କ ଚିକତ୍ସା ଜାରି ରହିଛି। ଖବର ପାଇ ବିଏମ୍‌ସିର ଏକ ଟିମ୍‌ ଛାତ୍ରୀ ନିବାସରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛି।

ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣାପଡିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି। ଏପରିକି ଅନ୍ୟ କେଉଁ କାରଣ ପାଇ ଏଭଳି ସସସ୍ୟା ଉପୁଜିଛି ତାହାର ମଧ୍ୟ ତଦନ୍ତ ଚାଳିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।