ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ
ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା ଆଦି ପଞ୍ଚାୟତରେ ବୁଧବାର ସାରୁ ଝିପି ଝିପି ବର୍ଷା ଓ ପବନ ଲାଗିରହିଛି।
ଏଥିଯୋଗୁ ପ୍ରାୟ ୪୦ ପ୍ରତିଶତ ଜମିର ବାହାରିଥିବା ଧାନଫସଲ କ୍ଷତି ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅର୍ଥକରୀ ଫସଲ କପା ମଧ୍ୟ ଅନେକ ଜମିରେ ଫୁଟି ସାରିଥିବା ବେଳେ ଅମଳ ହୋଇ ନ ଥିବାରୁ କ୍ଷତି ହେବା ହେବା ଜଣାପଡିଛି।
ଫୁଟିଥିବା କପା ବର୍ଷାରେ ଭିଜି କଳା ହେବା ସହ କପାର ମାନ ହ୍ରାସ ପାଇବ ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ ଏହିସବୁ ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ବର୍ଷା ଭରସାରେ ଚାଷ ହୋଇଥାଏ। ଦୀର୍ଘ ମାସେ ହେବ ବର୍ଷା ହୋଇ ନ ଥିବାରୁ ଅନେକ ଜମି ମାଟି ଫାଟି ଆଁ କରିଥିଲା। ମାତ୍ର ଏହି ବର୍ଷା ସେମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ଚାଷର କ୍ଷୟକ୍ଷତି ସମ୍ପର୍କରେ ତହସିଲଦାର ଅରୁଣ ବଗ୍ରେଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ, ସୋମବାର ସ୍ପଷ୍ଟ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।