ବାଲିଅନ୍ତାରେ ପୁଣି ସିରିଜ୍‌ ଚୋରି

Oct 26, 2026 - 23:27
ବାଲିଅନ୍ତାରେ ପୁଣି ସିରିଜ୍‌ ଚୋରି

ବାଲିଅନ୍ତା : ବାଲିଅନ୍ତାରେ ପୁଣି ସିରିଜ୍‌ ଚୋରି ହୋଇଛି। ଏକାଧିକ ଘରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ବାସନକୁସନ ଲୁଟି ନେଇଛନ୍ତି।
ଗତ ଦୁଇଦିନ ମଧ୍ୟରେ ୭ରୁ ଅଧିକ ସ୍ଥାନରେ ଚୋରି ଓ ଚୋରି ଉଦ୍ୟମ ହୋଇଥିବା ବେଳେ ପୁଲିସର ହାତ ଖାଲି ରହିଛି। ଏହା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ୍‌ ସୃଷ୍ଟି କରିଛି।
ଗତକାଲି (ରବିବାର) ବିଳମ୍ବିତ ରାତିରେ ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣିସାହିରେ ଘରଭଡ଼ା ନେଇ ରହୁଥିବା କୈଳାସ ଚନ୍ଦ୍ର ମାଣିକ ଏବଂ ସୁନିତା ସାହୁ ନାମ୍ନୀ ଜଣେ ମହିଳାଙ୍କ ଘର ତାଲାଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ସହିତ ବାସନକୁସନ ଲୁଟି ନେଇଛନ୍ତି l ଉଭୟ ଏ ସଂକ୍ରାନ୍ତରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି l
ସୂଚନା ଅନୁସାରେ, କୈଳାସ ବାଳକାଟି ରଙ୍ଗଣିସାହିରେ ୭ ମାସ ହେବ ଘରଭଡ଼ା ନେଇ ରହୁଛନ୍ତି। ଦଶହରା ପାଇଁ ସେ ଘରକୁ ଯାଇଥିଲେ l ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର କବାଟ ତାଲାଭାଙ୍ଗି ଭ୍ୟାନିଟି ବ୍ୟାଗ୍‌ରୁ ସୁନା ଲକେଟ୍‌, ୨ଟି ସୁନାମୁଦି, ରୂପା ପାଉଁଜି, ବ୍ରତ, ଅନ୍ୟାନ ୬୦ ଗ୍ରାମର ଭଙ୍ଗା ରୂପା ଅଳଙ୍କାର ଲୁଟି ନେଇଛନ୍ତି। ସେହିପରି ସୁନିତା ସାହୁଙ୍କର ଟ୍ରଙ୍କ ତାଲା ଭାଙ୍ଗି ସେଥିରେ ଥିବା ପ୍ରାୟ୧୦ ହଜାର ଟଙ୍କାର ବାସନକୁସନ ଲୁଟି ନେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।