ବାୟୁ ପ୍ରଦୂଷଣ ପାଇଁ ଗାଡ଼ି ଧୂଆଁ ମୁଖ୍ୟ କାରଣ: ସୁପ୍ରିମକୋର୍ଟ

Nov 07, 2026 - 07:34
ବାୟୁ ପ୍ରଦୂଷଣ ପାଇଁ ଗାଡ଼ି ଧୂଆଁ ମୁଖ୍ୟ କାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗାଡ଼ିମୋଟରରୁ ନିର୍ଗତ ଧୂଆଁକୁ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା ହ୍ରାସ ପାଇବାର ମୁଖ୍ୟ କାରଣ ଭାବେ ଅଭିହିତ କରିଛନ୍ତି। ଏଥିସହ ଅନେକ ନିୟାମକ ପଦକ୍ଷେପ ସତ୍ତ୍ୱେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) କାହିଁକି ଚିନ୍ତାଜନକ ରହିଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରୁଥିବା ଆଇନଗତ ବ୍ୟବସ୍ଥାର ସମୀକ୍ଷା କରୁଥିବା ଏକ ସ୍ବତଃପ୍ରବୃତ୍ତ ମାମଲାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚି ଏବଂ ଭି. ମୋହନାଙ୍କ ଖଣ୍ଡପୀଠ ଦିଲ୍ଲୀ-ଏନ୍‌ସିଆରରେ ପ୍ରବଳ ଟ୍ରାଫିକ ଜାମ ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି। ରାଜଧାନୀରେ କ୍ରମାଗତ ଭାବେ ଲାଗି ରହୁଥିବା ଏହି ଭିଡ଼କୁ ଦେଖି ପ୍ରଧାନ ବିଚାରପତି ଗାଡ଼ିମୋଟର ଜନିତ ପ୍ରଦୂଷଣ ରୋକିବା ପାଇଁ ଥିବା ଚଳିତ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଲ୍ଲୀରେ ସବୁଠାରୁ ଅଧିକ ସଂଖ୍ୟକ ଗାଡ଼ି ରହିଛି ବୋଲି ଅଦାଲତଙ୍କୁ ଅବଗତ କରାଯିବା ପରେ ଖଣ୍ଡପୀଠ କହିଛନ୍ତି, ଜାତୀୟ ରାଜଧାନୀ ଏବେ ସମସ୍ତଙ୍କ ପାଇଁ ମୁକ୍ତ ହୋଇଯାଇଛି। ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ କିମ୍ବା ଅନ୍ୟ କୌଣସି ସ୍ଥାନରେ ପଞ୍ଜୀକୃତ ହୋଇଥିବା ଗାଡ଼ି ଦିଲ୍ଲୀରେ ପ୍ରବେଶ କରିପାରୁଛି। ପ୍ରବେଶ ପଏଣ୍ଟରେ ସେମାନେ କେଉଁ ପ୍ରକାରର ଇନ୍ଧନ ବ୍ୟବହାର କରୁଛନ୍ତି, କେତେ ପ୍ରଦୂଷଣ ସୃଷ୍ଟି କରୁଛନ୍ତି କିମ୍ବା ଗାଡ଼ିର ସାମଗ୍ରିକ ସ୍ଥିତି କ’ଣ, ତାହା ଆପଣ କେବଳ ପ୍ରବେଶ ସମୟରେ ଯାଞ୍ଚ କରିପାରିବେ ନାହିଁ। କୌଣସି ଗାଡ଼ି କେବଳ ୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରବେଶ କରି ଚାଲିଯାଏ, ତେବେ ସେହି ୨ ଘଣ୍ଟା ହିଁ କ୍ଷତି ପହଞ୍ଚାଇବା ପାଇଁ ଯଥେଷ୍ଟ।
ସମୟରେ ନଡ଼ା ଜଳାଯିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏଥିରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି ଯେ କେବଳ ଆଇନଗତ କଟକଣା ଉପରେ ନିର୍ଭର ନକରି ଚାଷୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଏବଂ ବ୍ୟବହାରିକ ବିକଳ୍ପ ମାଧ୍ୟମରେ ଉତ୍ସାହିତ କରାଯିବା ଆବଶ୍ୟକ। ନଭେମ୍ବର ୫ରେ ଦିଲ୍ଲୀ ପ୍ରଦୂଷଣରେ ନଡ଼ା ଜଳାଯିବାର ଯୋଗଦାନ ପ୍ରାୟ ୧୪ ପ୍ରତିଶତ ଥିଲା ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।