ବି. ତୁରୁବୁଡ଼ିରେ ଦୁର୍ଗାପୂଜା: ମଞ୍ଚସ୍ଥ ହେଲା ପୌରାଣିକ ନାଟକ, କଳାକାରଙ୍କ ଜୀବନ୍ତ ଅଭିନୟ ମନ ଜିଣିଲା
ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମରେ ନବରାତ୍ରି ଦୁର୍ଗାପୂଜା ଅବସରରେ ପୌରାଣିକ ରାମାୟଣ ନାଟକ ଆନନ୍ଦଉଲ୍ଲାସର ସହ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମ୍ୟ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଏହି ଉତ୍ସବରେ ବ୍ରହ୍ମପୁର ଏମ୍.ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ, ବଡ଼ଡୁମୁଳା ପଞ୍ଚାୟତ ସମିତି ସଦସ୍ୟ ରମେଶ ଚନ୍ଦ୍ର ପାଢ଼ୀ, ବି. ତୁରୁବୁଡ଼ି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା, ବମକୋଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା, କୁରେଶୁ ସେଠୀ ଓ ନୀଳାଞ୍ଚଳ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମର ନବରାତ୍ର ଦୁର୍ଗାପୂଜା କମିଟିର ନିମନ୍ତ୍ରଣ କ୍ରମେ ଅତିଥିମାନେ ଗ୍ରାମରେ ପହଞ୍ଚିବା ପରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ସେମାନଙ୍କୁ ଗ୍ରାମ ପରିକ୍ରମା କରାଇ ସଭା ମଞ୍ଚକୁ ସାଦର ଆବହାନ କରାଯାଇଥିଲା।
କବିସୂର୍ଯ୍ୟନଗରରୁ ଆସିଥିବା ଅଭିଜ୍ଞ ନାଟକ କଳାକାରବୃନ୍ଦ ରାମାୟଣର ଜୀବନ୍ତ କାହାଣୀକୁ ନାଟକ ଆକାରରେ ଅତି ସୁନ୍ଦର ଭାବେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଏହି ଆୟୋଜନକୁ ସଫଳ କରିବାରେ ଗ୍ରାମ୍ୟ ଯୁବକ ସଂଘର କାର୍ଯ୍ୟକର୍ତ୍ତା ଏଫ୍. ରାଜୀବ ରେଡ୍ଡୀ, ନରସିଂହ ରେଡ୍ଡୀ, ଅଜିତ ରେଡ୍ଡୀ ଓ ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।