ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ: ସାହସ ଅଛି ତ’ ମୋ ଉପରେ ବୁଲ୍ଡୋଜର ଚଢ଼ାଅ
କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଗତରାତିରେ ଆକ୍ରମଣ ହୋଇଛି ।
ଏହି ଘଟଣାରେ ବିଜେପି ସରକାର ଉପରେ ମମତା ବର୍ଷିଛନ୍ତି ।
ଏହାସହ କୋଲକାତାର କାଳୀଘାଟ ଅଞ୍ଚଳରେ ପାରମ୍ପରିକ କାଳୀ ପୂଜା ଉତ୍ସବରେ ମଧ୍ୟ ବାଧା ସୃଷ୍ଟି କରାଯାଉଥିବା ନେଇ ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
ଆକ୍ରମଣ ପରେ ଅଭିଷେକଙ୍କୁ ଭେଟିବା ପାଇଁ ପହଞ୍ଚିଥିବା ମମତା ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ବିଜେପିକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ତୁମ ପାଖରେ କେତେ ବୁଲଡୋଜର ଅଛି ?
ମୁଁ ତୁମ ସମ୍ମୁଖରେ ସିଧାସଳଖ ଠିଆ ହୋଇଛି ।
ମୋ ଉପରେ ବୁଲଡୋଜର ଚଢ଼ାଇ ଦିଅ, ତୁମର କେତେ ସାହସ ଅଛି ମୁଁ ଦେଖିବାକୁ ଚାହୁଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
Advertisment Diwali Safety Tips: ଦୀପାବଳିରେ ବାଣ ଫୁଟାଉଥିଲେ ସାବଧାନ!
ପିଲାଙ୍କ ସୁରକ୍ଷା ପାଇଁ ମାନନ୍ତୁ ଏହି ଜରୁରୀ ନିୟମ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ଗୋଷ୍ଠୀର ସମର୍ଥକମାନଙ୍କ ସହ ବିଜେପି କର୍ମୀଙ୍କ ସଂଘର୍ଷ ପରେ ରାତି ପ୍ରାୟ ୨ ଟାରେ କାଳୀଘାଟ ରୋଡସ୍ଥିତ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ବିଜେପି ସମର୍ଥିତ ଗୁଣ୍ଡାମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେବାର କିଛି ଘଣ୍ଟା ପରେ ମମତାଙ୍କ ବୟାନ ସାମ୍ନାକୁ ଆସିଛି ।
ଅଭିଷେକ ଏହି ଘଟଣାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ।
ବିଗତ ୬ ମାସ ମଧ୍ୟରେ ଏହା ତାଙ୍କ ଉପରେ ସପ୍ତମ ଆକ୍ରମଣ ବୋଲି ସେ ଦାବି କରିବା ସହ ଏତେ ସବୁ ପରେ ମଧ୍ୟ କୌଣସି ପୁଲିସ କାର୍ଯ୍ୟାନୁଷ୍ଠାନ କିମ୍ବା ନ୍ୟାୟିକ ହସ୍ତକ୍ଷେପ ହୋଇ ନଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପି ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ମମତା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ଓ କଳହକୁ ନେଇ ବିଜେପିକୁ ନିଶାଣ କରିବା ଠିକ୍ ନୁହେଁ ବୋଲି କହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।