ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

Aug 09, 2026 - 12:38
ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ ମିଳଛି। ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍‌ତାର ଚାରିପାଖରେ ଘଞ୍ଚ ଗଛଲତା ମାଡ଼ିଯାଇଥିବାରୁ ଏହା ଆଗାମୀ ଦିନରେ ବିପଦ ଘଟିବାର ସମ୍ଭାବନା ରହିଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉ ନ ଥିବା ସର୍ଗୁଲ ଗ୍ରାମର ସଙ୍ଗୀତ ଭୋଇ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଟ୍ରାନ୍ସଫର୍ମରରୁ ସର୍ଗୁଲ ବସ୍ତିକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ଦୀର୍ଘଦିନରୁ ଏହି ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏଣୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତୁରନ୍ତ ଟ୍ରାନ୍ସଫର୍ମର ଚାରିପାଖ ସଫା କରିବା ସହ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉ, ଯାହାଦ୍ୱାରା ସମ୍ଭାବ୍ୟ ବିଦ୍ୟୁତ୍‌ ଦୁର୍ଘଟଣାକୁ ଏଡ଼ାଇ ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଆମ ଷ୍ଟାଫ୍‌ମାନଙ୍କୁ କହିଛି, ଶୀଘ୍ର ସମାଧାନ କରାଯିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।