ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

Sep 22, 2026 - 08:57
ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ ନାହାନ୍ତି। ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ୭୧ ବର୍ଷ ବୟସରେ ମୁମ୍ବାଇର ଏକ ବେସରକାରୀ ହସ୍ପିଟାଲରେ ରବିବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ମର୍ଜିନା ଅବ୍ଦୁଲ୍ଲା’, ‘ମୌଚାକ’, ‘ନିଶିକନ୍ୟା’, ‘ସଫେଦ୍‌ ଝୁଟ୍‌’, ‘ଦିଲ୍‌ଲଗି’, ‘ ଦୋ ଲଡ୍‌କେ ଦୋନୋ କଡ୍‌କେ’ ଏବଂ ‘ଖାନ ଦୋସ୍ତ’ ଭଳି ସ୍ମରଣୀୟ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ମିଠୁ, ଉତ୍ତମ କୁମାର ଓ ସୌମିତ୍ର ଚଟୋପାଧ୍ୟାୟଙ୍କ ଭଳି ଦିଗ୍ଗଜଙ୍କ ସହ ପରଦା ଶେୟାର କରିଥିଲେ। ସେ ଶେଷଥର ପାଇଁ ଆଶ୍ରିତ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଜୀବନର ଶେଷ ଭାଗରେ ସେ ପରଦାରୁ ଦୂରେଇ ଏକ ନିରୋଳା ଜୀବନ ଅତିବାହିତ କରୁଥିଲେ। ତାଙ୍କର ଏହି ବିୟୋଗରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଲହରି ଖେଳିଯାଇଥିବାବେଳେ ପ୍ରସେନଜିତ୍‌ ଚାଟାର୍ଜୀ ଏବଂ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭାରତୀୟ ସିନେମାକୁ ତାଙ୍କର ଅବଦାନ ଏବଂ ଅବିସ୍ମରଣୀୟ ଅଭିନୟକୁ ଦର୍ଶକମାନେ କେବେବି ଭୁଲିବେ ନାହିଁ ବୋଲି ଏଆଇସିଡବ୍ଲ୍ୟୁଏ କହିଛି।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।