ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା

Sep 01, 2026 - 17:34
ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ କାମରେ ମଣିଷକୁ ପଛରେ ପକାଇ ଦେବ। ଏହା ଫଳରେ ଇଣ୍ଟରନେଟ ଓ ହ୍ୟାକିଂ କ୍ଷେତ୍ରରେ ବିପଦ ବୃଦ୍ଧି ପାଇବ। କମ୍ପ୍ୟୁଟରର ଦୁର୍ବଳତା ଖୋଜି ଏଆଇ ତା’କୁ ସହଜରେ ହ୍ୟାକ କରିଦେବ। ତେବେ ଏଆଇର ଏହି ସୁପରହ୍ୟୁମାନ କ୍ଷମତା ଏବେ କେବଳ ଡିଜିଟାଲ ଦୁନିଆରେ ସୀମିତ ରହିବ। କଳକାରଖାନାରେ ଉତ୍ପାଦନ, ବାସଗୃହ ନିର୍ମାଣ ଆଦି ତୃଣମୂଳସ୍ତରର କାର୍ଯ୍ୟରେ ଏଆଇ ମଣିଷର ସ୍ଥାନ ନେଇପାରିବ ନାହିଁ। ତେଣୁ ‘ଦ ମ୍ୟାଟ୍ରିକ୍ସ’ ଚଳଚ୍ଚିତ୍ର ଭଳି ରୋବୋଟଙ୍କ ଦୁନିଆ ବିଷୟରେ ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସାମାଜିକ ଗଣମାଧ୍ୟମରେ ଏକ ପ୍ରଶ୍ନର ଉତ୍ତର ଦେଇ ଏଲନ ମସ୍କ ଏହା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।