ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

Aug 19, 2026 - 08:39
ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଏହି ସଫଳତା ପାଇଛନ୍ତି ପନ୍ତ। ତେବେ ସେ କ୍ୟାରିୟରର ୫୧ତମ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି, ଯାହାକି ଦ୍ରୁତତମ। ଏଥିପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ନାମରେ ଥିଲା। ସେ ୮୨ ମ୍ୟାଚ୍‌ରେ ୧୦୦ ଛକା ମାରିଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଛକା ମାରିବାର ରେକର୍ଡ ଷ୍ଟୋକ୍ସ(୧୩୮ ଛକା)ଙ୍କ ନାମରେ ରହିଥିବା ବେଳେ ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌କୁଲମ (୧୦୭) ଓ ଅଷ୍ଟ୍ରେଲିଆର ଆଡାମ ଗିଲ୍‌ଖ୍ରୀଷ୍ଟ(୧୦୦) ରହିଛନ୍ତି। ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ୯୧ ଲେଖାଏ ଛକା ସହିତ ବୀରେନ୍ଦ୍ର ସେହ୍ବାଗ ଓ ରୋହିତ ଶର୍ମା ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।