ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ

Oct 16, 2026 - 20:40
ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ

ତୁଣ୍ଡଲା, ୧୬।୧୦ (ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଚୟନ ପ୍ରକ୍ରିୟା ମାଧ୍ୟମରେ ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ପଦବୀରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି।

ସଭାପତି ଭାବେ ତୃତୀୟ ବର୍ଷର ଛାତ୍ର ରୋହିତ ଭୋଇ, ଉପସଭାପତି ଭାବେ ଦ୍ୱିତୀୟ ବର୍ଷର ଛାତ୍ରୀ ଦେବକୀ ସାହୁ, ସମ୍ପାଦକ ଭାବେ ଦ୍ୱିତୀୟ ବର୍ଷର ଛାତ୍ର ଯଶସ୍ୱୀ ସାହୁ ଏବଂ ଯୁଗ୍ମ ସମ୍ପାଦକ ଭାବେ ଦ୍ୱିତୀୟ ବର୍ଷର ଛାତ୍ରୀ ଗାୟତ୍ରୀ ଭୋଇ ନିର୍ବାଚିତ ହୋଇଛନ୍ତି।

ସେହିପରି ଆଥଲେଟିକ୍ସ ସମ୍ପାଦକ ଭାବେ ପ୍ରଥମ ବର୍ଷର ଛାତ୍ର ଘନଶ୍ୟାମ ସାହୁ, ସାଂସ୍କୃତିକ ସହସମ୍ପାଦକ ଭାବେ ତୃତୀୟ ବର୍ଷର ଛାତ୍ରୀ ରେଖା ସାହୁ, ନାଟ୍ୟ ସମ୍ପାଦକ ଭାବେ ଦ୍ୱିତୀୟ ବର୍ଷର ଛାତ୍ର ପ୍ରଭାତ ରଞ୍ଜନ ସାହୁ ଏବଂ ନାଟ୍ୟ ସହସମ୍ପାଦକ ଭାବେ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱପ୍ନା ଚୌଧୁରୀ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ଛାତ୍ରଛାତ୍ରୀମାନେ ବେଲଖଣ୍ଡିସ୍ଥିତ ଧବଳେଶ୍ୱର ମନ୍ଦିରକୁ ଯାଇ ମହାପ୍ରଭୁ ଧବଳେଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।