ବ୍ରିଜ ଉପରେ କାର ରଖି ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ଜାରି

Sep 11, 2026 - 15:35
ବ୍ରିଜ ଉପରେ କାର ରଖି ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ଜାରି

ରାଉରକେଲା,୧୧।୯: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ନୂଆବ୍ରାହ୍ମଣୀ ବ୍ରିଜରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ ଉପରେ କାର ରଖି ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ। ନଦୀକୁ ଡେଇଁଥିବା ଯୁବକ ଜଣକ ସିଭିଲ ଟାଉନ୍ସିପ ଅଞ୍ଚଳର ବୋଲି ସୂଚନା ମିଳିଛି।

କେଉଁ ପରିସ୍ଥିତିରେ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।