ବ୍ରିଜ୍ ଉପରେ ସେଲ୍ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…
ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍ଫି ନେଉଥିଲେ। ଏହି ସମୟରେ ହଠାତ୍ ପୋଲ ତଳକୁ ଖସିପଡ଼ିଥିଲେ। ନଦୀରେ ବର୍ତ୍ତମାନ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀ ଜଳରେ ଯୁବତୀ ଭାସି ଯାଇଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ନଦୀରେ ସ୍ନାନ କରିବା ପାଇଁ ନଦୀକୂଳରେ ଅଟକି ଥିଲେ। ଯୁବତୀ ଜଣକ ଭାସି ଯିବା ଦେଖି ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡ଼ି ପହଁରି ପହଁରି ଯାଇ ଯୁବତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସଇଁନ୍ତଲା ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚି ଦୁଇ ଜଣକୁ ନଦୀରୁ ଉଦ୍ଧାର କରିଥିଲା। ଭାସି ଯାଇଥିବା ଯୁବତୀ ଜଣକ ହେଲେ ଘୁନସର୍ ଗ୍ରାମର ତୃପ୍ତିମୟୀ ବାବୁ ଓ ଉଦ୍ଧାର କରୁଥିବା ଯୁବକ ଜଣକ ହେଲେ ଚନ୍ଦ୍ରଭାସ ଖର୍ସେଲ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।