ବ୍ୟାସନଗରରେ ଦେହ ବ୍ୟବସାୟ ଆଡ୍ଡାରେ ଚଢ଼ାଉ, ୬ ଅଟକ

Oct 22, 2026 - 12:07
ବ୍ୟାସନଗରରେ ଦେହ ବ୍ୟବସାୟ ଆଡ୍ଡାରେ ଚଢ଼ାଉ, ୬ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହରର ନହକା ତେନ୍ତୁଳିଖୁଣ୍ଟା ରାସ୍ତା କଡ଼ରେ ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ପୋଲିସର ଚଢ଼ାଉ । ୩ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ୨ ଗ୍ରାହକଙ୍କ ସମେତ ଜଣେ ଦଲାଲକୁ ଉଠାଇ ନେଇ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଭଡ଼ା ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ରୋଡ଼ ଏସଡିପିଓଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରିଛି । ଗତକାଲି ରାତିରେ ୨ ପୋଲିସ କର୍ମଚାରୀ ଗ୍ରାହକ ବେଶରେ ସେଠାକୁ ଯାଇଥିବା ବେଳେ ପରେ ପୋଲିସ ଟିମ୍ ଚଢାଉ କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।